This browser does not support the video element.
ସତ୍ୟବାଦୀ: ଆଳଗୁମ ଗ୍ରାମର ମା’ ଜାଗୁଳେଇଙ୍କ ପ୍ରସିଦ୍ଧ କାଠିଯାତ୍ରା ପାଳିତ
Satyabadi, Puri | Sep 18, 2024
ସତ୍ୟବାଦୀ ବ୍ଲକର ଅଳଗୁମ ଗ୍ରାମରେ ପରମ୍ପରା କ୍ରମେ ଆଜି ଦିନ ୩ଟାରେ ମା ଜାଗୁଳେଇଙ୍କ ପ୍ରସିଦ୍ଧ କାଠିଯାତ୍ରା ଅନୁଷ୍ଠିତ ହୋଇଛି। ଷଷ୍ଠୀଓସା ଠାରୁ ଆରମ୍ଭ ହୋଇଥିବା ଏହିଯାତ୍ରାର ଶେଷ ପର୍ଯ୍ୟାୟରେ ମା ଜାଗୁଳେଇଙ୍କ ମନ୍ଦିର ଚର୍ତୁପାର୍ଶ୍ୱରେ ୧୨ ପଡା ବିଶିଷ୍ଟ ଅଳଗୁମ ଗ୍ରାମ ସହିତ କାଠି ପଡିଆରେ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା। ଦେବୀଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନାକୁ ନେଇ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସକାଳୁ ସକାଳୁ ମନ୍ଦିରରେ ଦେବୀଙ୍କର ମାଜଣା, ବେଶ, ଧୂପ ସମାପନ କରାଯିବା ପରେ କାଠି ମାଜଣା କରାଯାଇଥିଲା।