This browser does not support the video element.
ବଲାଙ୍ଗୀର: ରୁଗୁଡ଼ିପଡ଼ାରେ ଗଣେଶ ପୂଜା ଉତ୍ସବରେ ଯୋଗଦେଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ
Balangir, Balangir | Aug 30, 2025
ଆଜି ଅପରାହ୍ନ 1ଟା ସମୟ ରେ ବଲାଙ୍ଗୀର ପୌର ପରିଷଦର ୱାର୍ଡ ନମ୍ବର–୧୯ ରୁଗୁଡ଼ିପଡ଼ା ସ୍ଥିତ ସିଦ୍ଧି ବିନାୟକ ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ଗଣେଶ ପୂଜା ଉତ୍ସବରେ ଆଜି ବିଶେଷ ପୂଜାର୍ଚ୍ଚନା କରାଗଲା । ଏହି ଅବସରରେ ବଲାଙ୍ଗୀର ବିଧାୟକ ଶ୍ରୀକଳିକେଶ ନାରାୟଣ ସିଂଦେଓ ଉପସ୍ଥିତ ହୋଇ ବଲାଙ୍ଗୀର ବାସୀଙ୍କ ମଙ୍ଗଳ କାମନାରେ ପ୍ରାର୍ଥନା କରିଥିଲେ । ତାଙ୍କ ସାଥୀରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ସହିତ ବହୁ ସଂଖ୍ୟକ ବିଜେଡ଼ି କାର୍ଯ୍ୟକର୍ତ୍ତା ଏହି ଉତ୍ସବରେ ଯୋଗ ଦେଇଥିଲେ । ଗଣେଶ ପୂଜା ଉପଲକ୍ଷେ ରୁଗୁଡ଼ିପଡ଼ା ଅଞ୍ଚଳରେ ଭକ୍ତମ