This browser does not support the video element.
ମାଲକାନଗିରି: କୁଡୁମୁଲୁଗୁମ୍ମା ଗ୍ରାମରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶ୍ରୀ ବିଜୟା ଦଶମୀ ଉତ୍ସବ ପାଳିତ
Malkangiri, Malkangiri | Sep 28, 2025
ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶ୍ରୀ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ପ୍ରଥମେ କୁଡୁମୁଲୁଗୁମ୍ମା ପଞ୍ଚାୟତ କାର୍ଯ୍ୟାଳୟରୁ ମାର୍କେଟ ଦେଇ ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ସ୍ଵୟଂସେବକ ମାନଙ୍କ ଦ୍ଵାରା ପଥ ସଞ୍ଚଳନ କାର୍ଯକ୍ରମ କରାଯାଇଥିଲା। ମିନି ଷ୍ଟାଡିୟମ୍ ରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର କୋରାପୁଟ ବିଭାଗ ବୌଧିକ ପ୍ରମୁଖ ଅଶୋକ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂଘର ପ୍ରତିଷ୍ଠା ଏବଂ ସଂଘ ଗଠନର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ।