This browser does not support the video element.
ଦେବଗଡ: ସୁନ୍ଦରଗଡ ଜିଲ୍ଲାରୁ ୧୫ ବର୍ଷର ନିଖୋଜ ନାବାଳିକାଙ୍କୁ ମା’ ପାଖରୁ ଉଦ୍ଧାର କଲା ଦେବଗଡ ପୋଲିସ
Debagarh, Debagarh (Deogarh) | Oct 9, 2025
ଦେବଗଡ ଥାନା ଅଂଚଳରୁ ନିଖୋଜ ଥିବା ଜଣେ ୧୫ ବର୍ଷର ନାବାଳିକାଙ୍କୁ ସୁନ୍ଦରଗଡ ଜିଲ୍ଲାରୁ ପୋଲିସ ଉଦ୍ଧାର କରିଛି । ଜନ୍ମ କରିଥିବା ମା’ ପାଖରୁ ନାବାଳିକା ଉଦ୍ଧାର ହୋଇଥିବା ପୋଲିସ ସୂଚନା ଦେଇଛି । ଉଦ୍ଧାର ନାବାଳିକାଙ୍କୁ ଦେବଗଡ ‘ସଖି’ ଆଶ୍ରୟ ଗୃହରେ ଅସ୍ଥାୟୀ ଭାବେ ଆଶ୍ରୟ ଦିଆଯାଇଥିବା ବେଳେ ଆସନ୍ତାକାଲି ନାବାଳିକାଙ୍କୁ ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ଉପସ୍ଥାପନ କରାଯିବ ବୋଲି ଆଜି ରାତି ୯ ଟାରେ ଦେବଗଡ ଥାନା ପୋଲିସ ଠାରୁ ସୂଚନା ମିଳିଛି । ଦେବଗଡ ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଗ୍ରାମର ଜଣେ ମହିଳାଙ୍କ ସ୍ୱାମୀ ପ୍ରାଣ ହରାଇଥିଲେ ।