Download Now Banner

This browser does not support the video element.

ଦେବଗଡ: ବାବାଜିମଠ ଗ୍ରାମରେ ବାଘ ଆତଙ୍କ, ସତର୍କ ରହିବାକୁ ବନବିଭାଗର ପରାମର୍ଶ

Debagarh, Debagarh (Deogarh) | Sep 28, 2025
ରିଆମାଳ ବନାଂଚଳ ବାବାଜିମଠ ଗ୍ରାମରେ ବାଘ ଆତଙ୍କ ଦେଖାଦେଇଛି । ବାବାଜିମଠ ଗ୍ରାମ ନିକଟ ରାସ୍ତାରେ ପାଦଚିହ୍ନ ଠାବ ହୋଇଥିବା ବେଳେ ଏହା ମହାବଳ ବାଘର ପାଦ ଚିହ୍ନ ହୋଇଥିବା ଅନୁମାନ କରାଯାଉଛି । ବନବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏଥିସହ ନିକଟ ଜଙ୍ଗଲକୁ ଏକ ମହାବଳ ବାଘ ଆସିଥିବା ଅନୁମାନ କରାଯାଉଥିବା ବେଳେ ସତର୍କ ରହିବାକୁ ବନବିଭାଗ ପକ୍ଷରୁ ସତର୍କ କରାଯାଇଛି । ଆଜି ରାତି ୧୧ ପର୍ଯ୍ୟନ୍ତ ବନବିଭାଗ ଘଟଣାସ୍ଥଳରେ ରହିଥିବା ବେଳେ ଲୋକଙ୍କୁ ସତର୍କ କରାଯାଉଛି ।
Read More News
T & CPrivacy PolicyContact Us