This browser does not support the video element.
କଟକ ପୌରାଞ୍ଚଳ: ସେପ୍ଟେମ୍ୱର ୧୯ରେ ଏନଆରଟିଏସ ପରୀକ୍ଷା ହେବ ନେଇ ବଜ୍ରକବାଟି ରୋଡମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି
Cuttack M Corp PS, Cuttack | Sep 2, 2025
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି (ଏନ୍ଆର୍ଟିଏସ୍) ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏହି ପରୀକ୍ଷା ସେପ୍ଟେମ୍ବର ୧୯ ଶୁକ୍ରବାର ଦିନ ୧୦ଟାରୁ ୧୨ ମଧ୍ୟରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ପ୍ରବେଶ ପତ୍ର ବୋର୍ଡ ୱେବସାଇଟ୍ www.bseodisha.ac.in ରେ ସେପ୍ଟେମ୍ବର ୧୦ ତାରିଖରୁ ଡାଉନ୍ଲୋଡ୍ କରାଯାଇପାରିବ ବୋଲି ବୋର୍ଡ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟା ୭ଟାରେ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି। ପ୍ରକାଶଥାଉ କି, ଏନ୍ଆର୍ଟିଏସ୍ ପରୀକ୍ଷା ସେପ୍ଟେମ୍ବର ୧୦ରେ ହେବାର ଥିଲା।