This browser does not support the video element.
କବିସୂର୍ଯ୍ୟନଗର: ସାଙ୍କୁଡ଼ା ଚୋରା ମଦ ଜବତ ସହ ଦୁଇ ଜଣକୁ ଗିରଫ କଲା ବେଗୁନିଆପଡା ପୋଲିସ
Kabisuryanagar, Ganjam | Sep 6, 2025
ବେଗୁନିଆପଡା ଥାନା ଅନ୍ତର୍ଗତ ସାଙ୍କୁଡ଼ା ନିକଟରେ ଏହି ଗ୍ରାମର ବଂଶୀଧର ଦାଶ ଙ୍କ ପୁଅ କାଳିଆ ଦାଶ ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା। ତାଙ୍କ ନିକଟରୁ 30 ଲିଟର ଚୋରା ମଦ ଜବତ କରିଥିଲା । ସେହିପରି ଏହି ଗ୍ରାମର କବି ଦାଶଙ୍କ ପୁଅ କେଦାର ଦାଶ ଗ୍ରାମ ନିକଟରେ ମଦ ବିକ୍ରି କରୁଥିବା ସମୟରେ ପୋଲିସ ଚଢ଼ାଉ କରିଥିଲା । ତାଙ୍କ ନିକଟରୁ 30 ଲିଟର ଚୋରା ମଦ ଜବତ କରିଥିଲା । ଉଭୟ ଙ୍କୁ ଗିରଫ କରିଵା ସହ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଶନିବାର ସନ୍ଧ୍ୟା 7 ଘଣ୍ଟ ସମୟରେ ପୋଲିସ ସୂଚନା ଦେଇଛି।