This browser does not support the video element.
ଢେଙ୍କାନାଳ ସଦର: ସ୍ଥାତୀୟ ପୁରୁଣା ଜିଲ୍ଲାପରିଷଦ ହଲରେ ସ୍ୱାୟତ୍ତ ଶାସନ ଦିବସ ସମାରୋହ
Dhenkanal Sadar, Dhenkanal | Aug 31, 2025
ଢ଼େଙ୍କାନାଳ ଆଜି ରବିବାର ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି । ଏହି ଅବସରରେ ଭୁବନେଶ୍ୱରସ୍ଥିତ ରେଳ ଅଡ଼ିଟୋରିୟମ ଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚ଼ରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ, ଜନ ସାଧାରଣଙ୍କ ସୁଖ-ସ୍ୱାଚ୍ଛନ୍ଦ୍ୟକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟରତ ଅଛି ଏବଂ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଦ୍ୱାରା ଏହା ଫଳପ୍ରସୂ ହୋଇ ପାରୁଛି ବୋଲି ପ୍ରକାଶ କରିଥିଲେ ।