This browser does not support the video element.
ଝାରସୁଗୁଡା: ବିଟିଏମ୍ ଛକ ନିକଟରେ ଗୋଟିଏ ବାଛୁରୀ ଉପରକୁ ଚଢି ଗଲା ଏକ କଲା ରଙ୍ଗର ସ୍କୋର୍ପିଓ ଗାଡି, ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା
Jharsuguda, Jharsuguda | Sep 8, 2025
ଆଜି ରାତି ସାଢ଼େ ଆଠଟା ସମୟରେ ଝାରସୁଗୁଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଟିଏମ୍ ଛକ ନିକଟରେ ଏକ କଲା ରଙ୍ଗର ସ୍କୋର୍ପିଓ ଗାଡି ଗୋଟିଏ ବାଛୁରୀ ଉପରକୁ ଚଢି ଯାଇଥିଲା। ଫଳରେ ଗାଡିକୁ ସ୍ଥାନୀୟ ଲୋକେ ଅଟକାଇ ଡ୍ରାଇଭରକୁ ଅଟକାଇ ଗାଳିଗୁଲଜ କରିଥିଲେ ଏବଂ ଏହାକୁ ନେଇ ପ୍ରାୟ ଏକ ଘଣ୍ଟା ଯାଏଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ବୁଝାସୁଝା କରିବା ପରେ ସ୍ତାନୀୟ ଲୋକେ ଡ୍ରାଇଭରକୁ ଛାଡିଥିଲେ। ତେବେ ବିଟିଏମ୍ ଛକ ନିକଟରେ ଏକ ବାଇକକୁ ସାଇଡ ଦେବା ସମୟରେ ସ୍କୋର୍ପିଓ ଗାଡ଼ିଟି ରାସ୍ତା କଡରେ ଥିବା ଏକ ବାଛୁରୀ ଉପରକୁ ଚଢିଯାଇଥିଲା ଏବଂ ବାଛୁରୀଟି ଗୁରୁତର ଆହତ ହୋଇଥିଲା।