Download Now Banner

This browser does not support the video element.

ବରଗଡ: ଜୀରାନଦୀ ନିକଟରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଅଜଣା ବ୍ୟକ୍ତିଙ୍କ ଶବ

Bargarh, Bargarh (Baragarh) | Sep 7, 2025
ବରଗଡ଼ ଜିରା ନଦି ନିକଟରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର | ରବିବାର ଅପରାହ୍ନ 2 ଘଣ୍ଟା ସମୟରେ ଟାଉନ ପୋଲିସ ଘଟଣା ସ୍ଥଳରୁ ଝୁଲନ୍ତା ଶବ ଉଦ୍ଧାର କରିବା ସହ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଶବ ବ୍ୟବଛେଦ ପାଈଁ ପଠାଇଛି | ତେବେ ମୃତ ବ୍ୟକ୍ତି ଜଣଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିନାହିଁ | ଏହା ହତ୍ୟା ନାଁ ଆତ୍ମହତ୍ୟା ତାହାକୁ ନେଇ ପୋଲିସ ଛାନ ବିନ ଆରମ୍ଭ କରି ଦେଇଛି | ସୂଚନା ଅନୁସାରେ ସ୍ଥାନୀୟ ଲୋକେ ଏକ ଗଛରେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଦେଖି ପୋଲିସକୁ ଖବର ଦେଇଥିଲେ | ପୋଲିସ ପହଞ୍ଚି ଉକ୍ତ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଦେଇଛି l
Read More News
T & CPrivacy PolicyContact Us