Download Now Banner

This browser does not support the video element.

ସତ୍ୟବାଦୀ: ସାକ୍ଷୀଗୋପାଳ ମନ୍ଦିରରେ ସର୍ବସମ୍ମତ ଇନ୍ଦିରା ଏକାଦଶୀ ପାଳିତ

Satyabadi, Puri | Sep 28, 2024
ସାକ୍ଷୀଗୋପାଳ ମନ୍ଦିରରେ ସର୍ବସମ୍ମତ ଇନ୍ଦିରା ଏକାଦଶୀ ପାଳିତ। ପ୍ରତ୍ୟେକ ଦିନ ଭଳି ସକାଳ ୬ଟାରେ ଦ୍ବାର ଫିଟା ଯାଇ ପ୍ରଭୁ ଶ୍ରୀ ସାକ୍ଷୀଗୋପାଳ ଓ ମାଆ ରାଧାରାଣୀଙ୍କର ମଙ୍ଗଳ ଆଳତି ନୀତି କରାଯାଇଥିଲା। ବେଶ, ମଇଲମ, ତଡ଼ପଲାଗି, ସକାଳ ଧୂପ ନୀତିକାନ୍ତି ଆଦି କରାଯିବା ସହ ରାତିରେ ସାଢେ଼ ୮ଟାରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଇ ଏକାଦଶୀ ବେଢ଼ା କରାଯାଇଛି। ରାତି ସାଢ଼େ ୧୦ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠାଯିବ। ଏକାଦଶୀ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଛି।
Read More News
T & CPrivacy PolicyContact Us