This browser does not support the video element.
ଛତ୍ରପୁର: ବଜ୍ରପାତ ଓ ଘଡଘଡି ବିଜୁଳି ସମ୍ଭାବନାକୁ ନେଇ ଗଞ୍ଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Chhatrapur, Ganjam | Sep 1, 2025
ଆସନ୍ତା ୨ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି। ଏହା ପ୍ରଭାବରେ ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଗଞ୍ଜାମ ଜିଲ୍ଲାକୁ ଆସନ୍ତା ୨ ଦିନ ପାଇଁ ବଜ୍ରପାତ ଓ ଘଡଘଡି ବିଜୁଳି ସହ ଝଟକାପବନ ହେବା ସମ୍ଭାବନା ରହିଛି। ସୋମବାର ଅପରାହ୍ନରେ ଏନେଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।