This browser does not support the video element.
ବରଗଡ: ଖଜୁରଟିକ୍ରା ଠାରେ ଆୟୋଜିତ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯୋଗଦେଲେ ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ
Bargarh, Bargarh (Baragarh) | Aug 28, 2025
ବରଗଡ଼ ସହରର ୱାର୍ଡ଼ ନଂ ୮ ଅନ୍ତର୍ଗତ ଖଜୁରଟିକ୍ରାର ବଳରାମ ଦେବ କ୍ଲବ୍ ତରଫରୁ ୫୧ତମ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଗୁରୁବାର ସନ୍ଧ୍ୟା 7 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦାନ କରିଥିଲେ | ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିଛନ୍ତି ବିଧାୟକ | କଳା-ସଂସ୍କୃତିର ପ୍ରଚାର ପ୍ରସାର ଓ ନୂତନ ପ୍ରତିଭା ସୃଷ୍ଟିରେ କ୍ଲବର ଅବିରତ ପ୍ରୟାସ ଓ ଅବଦାନ ସଦା ଅତୁଳନୀୟ ରହିଥିବା ବିଧାୟକ ଜଣାଇଛନ୍ତି |