Download Now Banner

This browser does not support the video element.

ରେଙ୍ଗାଲି: ରେଙ୍ଗାଲି ବସଷ୍ଟାଣ୍ଡ ଦୁର୍ଗାପୂଜାର ଭସାଣି ଶୋଭାଯାତ୍ରା ଅନୁଷ୍ଠିତ

Rengali, Sambalpur | Oct 14, 2024
ରେଙ୍ଗାଲି ର ବସଷ୍ଟାଣ୍ଡ ଠାରେ ହେଉଥିବା ଦୁର୍ଗାପୂଜା ର ଆଜି ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଆଜି ଅପରାହ୍ନ 1 ଟା ସମୟରେ ଏହି ଭସାଣି ଶୋଭାଯାତ୍ରା ଟି ଭବ୍ୟ ଆକାର ରେ ରେଙ୍ଗାଲି ବସଷ୍ଟାଣ୍ଡ ଠାରୁ ବାହାରି ରେଙ୍ଗାଲି ମାର୍କେଟ ଅଞ୍ଚଳ ଭ୍ରମଣ କରିଥିଲା l ପରେ ବଳବସପୁର ଠାରେ ମା ଦୁର୍ଗାଙ୍କୁ ମହାନଦୀ ରେ ଭସାଣି କରାଯାଇଥିଲା l ଏହି ଭସାଣି ଶୋଭାଯାତ୍ରା ରେ ଘଣ୍ଟ,ସଂକୀର୍ତନ, ଦୂଲଦୁଲି ଆଦି ବାଦ୍ୟ ଦଳ କୁ ସାମିଲ କରାଯାଇ ଶୋଭାଯାତ୍ରା କୁ ବେଶ ଭବ୍ୟ କରାଯାଇଥିଲା l ମା ଦୁର୍ଗାଙ୍କ ଏହି ଭବ୍ୟ ଭସାଣି ଶୋଭାଯାତ୍ରା କୁ ଦେଖିବା ପାଇଁ ବହୁ ଭକ୍ତଙ୍କ ଭିଡ଼ ଜମିଥିଲା l
Read More News
T & CPrivacy PolicyContact Us