This browser does not support the video element.
ଗୋବିନ୍ଦପୁର: ପିକଅପ୍ ଧକ୍କା ରେ ଭାଙ୍ଗିଲା ବାମରା ବସଷ୍ଟାଣ୍ଡ ରେଳ ଫାଟକ
Govindpur, Sambalpur | Aug 26, 2025
ସୋମବାର ରାତିରେ ବାମରା ବସଷ୍ଟାଣ୍ଡ ରେଳ ଫାଟକ ବନ୍ଦ ରହିଥିବା ବେଳେ ଏକ ପିକଅପ ଗାଡ଼ି ଦୃତ ଗତି ରେ ଆସି ରେଳ ଫାଟକ କୁ ଧକ୍କା ଦେବା ଯୋଗୁଁ ଫାଟକ ଟି ଭାଙ୍ଗି ଯାଇ ଚୂରମାର ହୋଇ ଯାଇଥିଲା। ଫଳରେ ଉକ୍ତ ରାସ୍ତା ରେ ପ୍ରାୟ ୮ ଘଣ୍ଟା ଧରି ଯାତାୟତ ବନ୍ଦ ରହିଥିଲା। ଅନ୍ୟ ପଟେ ଦୁର୍ଘଟଣା ଘଟାଇ ପିକଅପ୍ ଗାଡ଼ି ଫେରାର ମାରିଥିବା ବେଳେ RPF ପୋଲିସ ମଙ୍ଗଳବାର ଦିନ ଉକ୍ତ ପିକଅପ୍ ଗାଡ଼ିକୁ ଜବତ କରିଥିବା ସୂଚନା ରହିଛି। ଏନେଇ ରାତି ୯ ଟା ସମୟରେ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।