This browser does not support the video element.
କବିସୂର୍ଯ୍ୟନଗର: କୋଦଳାରେ ସାପ କାମୁଡ଼ାରେ ମୃତ ଛାତ୍ରଙ୍କ ପରିବାର କୁ ରେଡକ୍ରସରୁ ସହାୟତା ପ୍ରଦାନ
Kabisuryanagar, Ganjam | Sep 3, 2025
କୋଦଳା ଡାକବଙ୍ଗଳା ନିକଟରେ ଜଣେ ଛାତ୍ର ସାପ କାମୁଡା ମଙ୍ଗଳବାର ଦିନ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ଆଦିତ୍ୟ କୁମାର ଗୌଡ଼ । ସେ ପଞ୍ଚମ ଶ୍ରେଣୀର ଛାତ୍ର । ବୁଧବାର ସନ୍ଧ୍ୟା 6 ଘଣ୍ଟ ସମୟରେ କୋଦଳା ତହସିଲଦାର ସସ୍ମିତା ଶତପଥି ଓ ବେଗୁନିଆପଡା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ କୋଦଳା ସ୍ଥିତ ମୃତକଙ୍କ ପରିବାର ବର୍ଗକୁ ଭେଟି ସମବେଦନା ଜଣାଇବା ସହ ରେଡକ୍ରସ ରୁ ତିରିଶି ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉ କି ମୃତ ନାବାଳକ ଆଦିତ୍ୟକଂ ନିଜ ଘର ଶିକୁଳା ହୋଇଥିବା ବେଳେ ସେ କୋଦଳା ଠାରେ ଅଜା ଘରେ ରହି ପାଠ ପଢୁଥିଲେ ।