Download Now Banner

This browser does not support the video element.

ଅନୁଗୋଳ: ବଡ଼ଗୁଣ୍ଡୁରୀ ଗ୍ରାମ ଇଟା ଫାକ୍ଟ୍ରିରେ ବାଇକ ଜାଳିଦେଲେ ଦୁର୍ବୁତ୍ତ

Anugul, Angul | Aug 23, 2025
ଅନୁଗୋଳ ଜିଲ୍ଲା କଣିହାଁ ଥାନା ବଡଗୁଣ୍ତୁରୀ ଗ୍ରାମରେ ମହାଲକ୍ଷ୍ମୀ ପାଉଁଶ ଇଟା ଫାକ୍ଟ୍ରିରେ ଶନିବାର ରାତ୍ର ୯ ଘଟିକା ସମୟରେ କେହି ଦୁର୍ବୁତ୍ତ ୨ଟି ବାଇକ୍ ଜାଳିଦେଇ ପ୍ରମାଣ ନଷ୍ଟ କରିବାକୁ ଫ୍ୟାକ୍ଟ୍ରିରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଆତଙ୍କିତ ଅବସ୍ଥାରେ ଫାକ୍ଟ୍ରିର ମାଲିକ ଓ ଶ୍ରମିକ ମାନେ ରହିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଫ୍ୟାକ୍ଟ୍ରି ମାଲିକ କିମ୍ବା ଥାନା ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।
Read More News
T & CPrivacy PolicyContact Us