Download Now Banner

This browser does not support the video element.

ଜୟପୁର: ସାର ଯୋଗାଇବା ଦାବିରେ ଜୟପୁର ସ୍ଥିତ ଜିଲା ମୁଖ୍ୟ କୃଷି ଅଧିକାରିଙ୍କ କାଯ୍ୟାଳୟ ଘେରାଉ , କୃଷି ଅଧିକାରୀ ଓ ପୂର୍ବତନ ମନ୍ତ୍ରୀ ଦେଲେ ସୂଚନା

Jeypore, Koraput | Aug 26, 2025
ସାରର ଅଭାବି ବିକ୍ରି ସହ କଳା ବଜାରି ରୋକିବା , ଚାଷିର ଚାହିଦା ଅନୁଯାଇ ସାର ଯୋଗାଇବା ଦାବି ରେ ଆଜି ଅପରାହ୍ନ ୧ ଘଣ୍ଟା ସମୟରେ ଜୟପୁର ସ୍ଥିତ ଜିଲା ମୁଖ୍ୟ କୃଷି ଅଧିକାରି ଙ୍କ କାଯ୍ୟାଳୟ ଘେରାଉ ବିକ୍ଷୋଭ କରିବା ସହ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ଧାରଣାକୁ ଜୟପୁର ବିଜେଡି ସମର୍ଥନ କରିଛି । ଜୟପୁର ଉପଖଣ୍ଡର ୫ଟି ବ୍ଲକର ଚାଷି ମାନେ ଦଶହରା ପଡିଆରେ ଏକ ତ୍ରିତ ହୋଇ ଜିଲା ମୁଖ୍ୟ କୃଷି ଅଧିକାରିଙ୍କ କାଯ୍ୟାଳୟରେ ପହଞ୍ଚି ଦାବି ପତ୍ର ପ୍ରଦାନ କରିଥିଲେ । ଜିଲା ମୁଖ୍ୟ କୃଷି ଅଧିକାରି ଗୋକୁଳ ଚନ୍ଦ୍ର ପ୍ରଧାନ ଦାବି ପତ୍ର ଗ୍ରହଣ କରିଥିଲେ ।
Read More News
T & CPrivacy PolicyContact Us