This browser does not support the video element.
ଲକ୍ଷ୍ମୀପୁର: ଲକ୍ଷ୍ମୀପୁରରେ ଦୁଇଟି ଗାଇଙ୍କ ଉପରେ ଚଢି ଷ୍ଟ୍ରିଟ ଲାଇଟ ଖୁଣ୍ଟ ଭାଙ୍ଗି ଗ୍ୟାରେଜ ଭିତରକୁ ପଶି ଚମ୍ପଟ ମାରିଲା ଅଜଣା ଗାଡ଼ି
Lakshmipur, Koraput | Sep 27, 2025
ଲକ୍ଷ୍ମୀପୁର ଷ୍ଟେଟ ବ୍ୟାଙ୍କ ପାଖରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ରାସ୍ତା କଡରେ ସୋଇଥିବା ଦୁଇଟି ଗାଈଙ୍କ ଉପରେ ଚଢି ଏକ ଷ୍ଟ୍ରିଟ ଲାଇଟ ଖୁଣ୍ଟ ଭାଙ୍ଗି ଏକ ମଟର ସାଇକଲ ଗ୍ୟାରେଜ ଭିତରେ ପଶି ଯାଇଛି।ଘଟଣା ସ୍ଥଳରେ କେହି ନଥିବାରୁ ଚାଳକ କୌଶଳ କ୍ରମେ ଗାଡ଼ି ନେଇ ଚମ୍ପଟ ମାରିଛି।ଆଜି ସକାଳୁ ଉକ୍ତ ଗ୍ୟାରେଜ ସମୁଖରେ ଆହତ ଦୁଇଟି ଗାଈ ଛଟପଟ ହେଉଥିବା ଦେଖି ସ୍ଥାନୀୟ ପ୍ରାଣୀ ବିଭାଗର କିଛି କର୍ମଚାରୀ ଦୁଇଟି ଯାକ ଗାଇଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ।