This browser does not support the video element.
ଓରିଏଣ୍ଟ: ରାଜପୁର ବସୁନ୍ଧରା ନଦୀ ବ୍ରିଜ ଉପରେ ଭାରିଯାନ ଚଲାଚଳ ନିଷେଧ ପାଇଁ ଜିଲ୍ଲା କାର୍ଯ୍ୟାଳୟରେ ଭେଟି ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ରାଜପୁର ସରପଞ୍ଚ
Orient, Jharsuguda | Sep 3, 2025
ଝାରସୁଗୁଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଜପୁର ବସୁନ୍ଧରା ନଦୀ ବ୍ରିଜ ଉପରେ ଭାରିଯାନ ଚଲାଚଳ ନିଶେଧ କରିବା ନେଇ ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ଜିଲ୍ଲା କାର୍ଯ୍ୟାଳୟରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣଙ୍କୁ ଭେଟି ଅନୁରୋଧ କଲେ ରାଜପୁର ସରପଞ୍ଚ ସରସ୍ୱତୀ ନାୟକ। ତେବେ ରାଜପୁର ବସୁନ୍ଧରା ନଦୀ ଉପରେ ଥିବା ବ୍ରିଜ ଦେଇ ପ୍ରତେକ ଦିନ ଲୋଇସିଂ ଗ୍ରାମପଞ୍ଚାୟତ ତଥା ସୁନ୍ଦରଗଡ ଜିଲ୍ଲାର ହଜାର ହଜାର ଜନସାଧାରଣ ଗମନାଗମନ କରିଥାନ୍ତି। ଏହି ବ୍ରିଜ ଦେଇ ଭାରିଯାନ ଚଳାଚଳ ଯୋଗୁଁ ବ୍ରିଜଟି ଦୁର୍ବଳ ହେବା ସହିତ ଦୟନୀୟ ସ୍ଥିତିରେ ରହିଛି।