Download Now Banner

This browser does not support the video element.

ଡାବୁଗାଁ: କଣ୍ଟାସାରୁ ଗ୍ରାମକୁ ନିଶା ମୁକ୍ତ କରିବା ନେଇ ଅବକାରି କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ

Dabugan, Nabarangpur | Sep 8, 2025
ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତ କଣ୍ଟାସାରୁ ଗ୍ରାମକୁ ନିଶା ମୁକ୍ତ କରିବା ନେଇ ଆଜି ଗ୍ରାମବାସୀ ଅବକାରି କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି | ଗ୍ରାମରେ ଦେଶୀ ରନ୍ଧା ମଦ ବିକ୍ରି ବଢ଼ୁଥିବାରୁ ଲୋକେ ଏହି ମଦ ପିଇ ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଛନ୍ତି | ଗଣ୍ଡଗୋଳ କରୁଛନ୍ତି | ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି | ମଦ ବ୍ୟବସାୟୀଙ୍କୁ ଡ଼କାଇ ବୁଝା ସୁଝା କରିବା ସ୍ୱତେ ମଦ ରନ୍ଧା ଚାଲିଛି | ତେଣୁ ଗ୍ରାମରେ ମଦ ରନ୍ଧା ବନ୍ଦ ଦାବି କରିଛନ୍ତି ଗ୍ରାମବାସୀ |ଏସଆଇ ସମୀର ସ୍ୱାଇଁଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |
Read More News
T & CPrivacy PolicyContact Us