This browser does not support the video element.
ତାଳଚେର ସଦର: ଲିଙ୍ଗରାଜ ଟାଇମ ଅଫିସ ସମ୍ମୁଖରେ କଣ୍ଢାଳ ପଞ୍ଚାୟତ ବାସୀଙ୍କ ପାଣି ପାଇଁ ଧାରଣା
Talcher Sadar, Angul | Sep 9, 2025
ଏମସିଏଲ ଲିଙ୍ଗରାଜ କୋଇଲା ଖଣି କଣ୍ଢାଳ ପଞ୍ଚାୟତ ଜମି ଅଧିଗ୍ରହଣ କରି କୋଇଲା ଉତ୍ତୋଳନ କରି ଆସୁଛି ।ଅଞ୍ଚଳ ବାସୀଙ୍କୁ ପାନୀୟ ଜଳ ଯୋଗାଇବା ଏମସିଏଲର ଦାୟିତ୍ୱ ଆଜକୁ ପ୍ରାୟ ଏକମାସରୁ ଉର୍ଦ୍ଧ୍ବ ହେବ କଣ୍ଢାଳ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ପାନୀୟ ଜଳ ସମସ୍ୟାକୁ ନେଇ ଏମସିଏଲ କର୍ତ୍ତୃପକ୍ଷଙ୍କୁ ପଞ୍ଚାୟତ ବାସୀ ଅନେକ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ମଙ୍ଗଳବାର ସକାଳ ୬ ଘଟିକା ସମୟରେ ପଞ୍ଚାୟତବାସୀ ଧାରଣାରେ ବସିଥିଲେ ।