This browser does not support the video element.
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିରରେ ବାଲି ତୃତୀୟା ବ୍ରତ ନୀତି ଅନୁଷ୍ଠିତ
Puri M, Puri | Aug 26, 2025
ଭାଦ୍ରବ ଶୁକ୍ଲପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଉଥିବା ବ୍ରତକୁ ବାଲିତୃତୀୟା ବ୍ରତ କୁହାଯାଏ । ବିବାହିତା ସ୍ତ୍ରୀମାନେ ସ୍ୱାମୀର ସ୍ୱାସ୍ଥ୍ୟ, ପରମାୟୂ ଓ ମଙ୍ଗଳ କାମନାକରି ଏ ବ୍ରତ କରନ୍ତି । କେତେକ ସ୍ଥଳରେ ଅବିବାହିତ ଝିଅମାନେ ରୂପ, ଗୁଣ ଏବଂ ବିଭବଶାଳୀ ସ୍ୱାମୀଟିଏ ପାଇବାପାଇଁ ମଧ୍ୟ ଏବ୍ରତ କରିଥାଆନ୍ତି । ବାଲିତୃତୀୟା ବ୍ରତର ଅନ୍ୟନାମ ଗୌରୀବ୍ରତ । ଗୌରୀ ଯୁବାବସ୍ଥାରେ ଶିବଙ୍କୁ ପୂଜି ତାଙ୍କୁ ପ୍ରାପ୍ତି ହୋଇଥିବାରୁ ଯୁବା ଅବିବାହିତ ଝିଅମାନେ ଏବ୍ରତ ପାଳନ ସେହି କାରଣରୁ କରିଥାଆନ୍ତି । ଏ ବ୍ରତର ଆରାଧ୍ୟ ଦେବ-ଦେବୀ ହେଲେ ଶିବ-ପାର୍ବତୀ ।