Download Now Banner

This browser does not support the video element.

ସୋର: ନୂଆଗାଁ ଗ୍ରାମରେ ପାଣି ନାଳରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

Soro, Balasore | Sep 30, 2025
ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆଗାଁ ଗ୍ରାମରେ ପାଣି ନାଳରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି। ଏହି ଗ୍ରାମର ନାରାୟଣ ଚଣ୍ଡ(୬୬) ଆଜି ସକାଳେ ବିଲକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିକଟସ୍ଥ ଏକ ନାଳରେ ଭାସୁଥିବାର ଦେଖିଥିଲେ।ସେଠାରୁ ତାଙ୍କୁ ଉଦ୍ଧାର କରି ଏକ ୧୦୮ ଆମ୍ବୁଲାନ୍ସରେ ସୋର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ମେଡ଼ିକାଲରେ ପହଞ୍ଚି ୧୧୦/୨୫ ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରିଛି।
Read More News
T & CPrivacy PolicyContact Us