This browser does not support the video element.
ସୋର: ଲିଙ୍ଗପଡା ଗ୍ରାମ ନିକଟ ରେଳ ଧାରଣାରେ ଟ୍ରେନରେ କଟି ଜଣେ ଅଜଣା ମହିଳାଙ୍କର ମୃତ୍ୟୁ
Soro, Balasore | Sep 25, 2025
ସୋର ରେଳ ଷ୍ଟସନ ଅନ୍ତର୍ଗତ ଲିଙ୍ଗପଡା ନିକଟ ରେଳ ଧାରଣାରେ ଜଣେ ଅଜଣା ମହିଳା ଟ୍ରେନରେ କଟି ଆତ୍ମହତ୍ୟ କରିଥିବା ଜଣାପଡିଛି। ମହିଳା ଜଣଙ୍କର ପରିଚୟ ମିଳିପାରିନଥିବା ବେଳେ ସେ ନିକଟସ୍ଥ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ଆଜି ଅପରାହ୍ଣରେ ଡାଉନ ଲାଇନରେ ଆସୁଥିବା ଏକ ଦୃତ ଗାମୀ ମାଲ ବୋଝେଇ ଟ୍ରେନ ସମ୍ମୁଖରେ ମହିଳା ଜଣଙ୍କ ରେଳ ଧାରଣାରେ ମୁଣ୍ଡ ରଖି ଶୋଇରହିଥିଲେ।ଫଳରେ ଟ୍ରେନରେ କଟି ତାଙ୍କ ମୁଣ୍ଡ ଅଲଗା ହୋଇଥିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସୋର ଆରପିଏଫ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ଜଣାପଡିଛି।