This browser does not support the video element.
ଢେଙ୍କାନାଳ ସଦର: ନେଉଳ ପୋଇ ଗ୍ରାମରେ ୪୬ ତମ ବାର୍ଷିକ ଦୁର୍ଗାପୂଜା ଉପଲକ୍ଷେ ପାଇକ ମେଳି
Dhenkanal Sadar, Dhenkanal | Oct 1, 2025
ଢେଙ୍କାନାଳ ଗଁଦିଆ ବ୍ଲକ ନେଉଳ ପୋଇ ଗ୍ରାମରେ ୪୬ ବର୍ଷ ହେବ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି। ଏହି ଉପଲକ୍ଷେ ନେଉଳ ପୋଇର ପାଇକପୁଅମାନେ ନିଜକୁ ବୀରବେସରେ ସଜ୍ଜାଇ ଗ୍ରାମରେ ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି।ଏହା ସହିତ ବିଭିନ୍ନ ଗ୍ରାମରୁ ପାଇକ ପୁଅମାନେ ନିମନ୍ତ୍ରଣ ପାଇ ଏହି ଶୋଭାଯାତ୍ରାରେ ସାମିଲ ହୋଇ ପାଇକ ମେଳି ଦେଖିବାକୁ ମିଳିଥିଲା । ନେଉଳ ପୋଲ ଗ୍ରାମବାସୀଙ୍କ ଜୟଦୁର୍ଗା ପୂଜା ପ୍ରତିଷ୍ଠାନ ଆୟୋଜନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ଏଥିପାଇଁ ଗ୍ରାମ ଉତ୍ସବ ମୁଖର ହୋଇଉଠିଛି।ଘରେଘରେ ପାଇକ ପୁଅମାନଙ୍କୁ ବନ୍ଦାପଣା କରୁ ଥିବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ