This browser does not support the video element.
ଚାରମାଳ: ଚାରମାଳ ପଞ୍ଚାୟତ ଛକରେ ବାଇକ କୁ ଧକ୍କା ଦେଲା କାର , ବାଇକ୍ ଚାଳକ ଗୁରୁତର
Charamal, Sambalpur | Sep 30, 2025
ଚାରମାଳ ପଞ୍ଚାୟତ ଛକରେ ବାଇକ କୁ ଧକ୍କା ଦେଲା କାର , ବାଇକ୍ ଚାଳକ ଗୁରୁତର lସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଚାରମାଳ ପଞ୍ଚାୟତ ଛକରେ ମଙ୍ଗଳବାର ସଂଧ୍ୟାରେ କାର ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ଅର୍ଜୁନ ଲୋଇ । ସେ ଖୁବେଳ ଗ୍ରାମରୁ ଚାରମାଳ ଆସୁଥିବା ବେଳେ ପଞ୍ଚାୟତ ଛକରେ ଏକ କାର ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ।ଫଳରେ ଅର୍ଜୁନ ଲୋଇ ଗୁରୁତର ହୋଇଥିଲେ। ତାଙ୍କୁ ଚାରମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସେପଟେ କାର ଟି ଧକ୍କା ଦେଇ ଫେରାର ହୋଇଯାଇଛି ।