Download Now Banner

This browser does not support the video element.

ଖଲ୍ଲିକୋଟ୍: ବାଲନ୍ତର ରାମ ମନ୍ଦିର ପରିସରରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ, ବିଜେପି ରେ ମିଶିଲେ ଶତାଧିକ ବିଜେଡି ସମର୍ଥକ

Khalikote, Ganjam | Aug 21, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଲନ୍ତର ଗ୍ରାମରେ ଆଜି ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ସକଳେଶ୍ଵର୍ ଦାଶଙ୍କ ନେତୃତ୍ବରେ ଓଡ଼ିଆ ଆଲପୁର ପଞ୍ଚାୟତର ସରପଞ୍ଚ ଙ୍କ ସ୍ବାମୀ ତ୍ରିନାଥ ପାତ୍ରଙ୍କ ସହ ଶତାଧିକ ବିଜେଡ଼ି ସମର୍ଥକ ଆଜି ବିଜେପି ରେ ସାମିଲ ହୋଇଛନ୍ତି । ଆଜି ଦିନ ୧୨ ଟା ସମୟରେ ବାଲନ୍ତର ରାମ ମନ୍ଦିର ପରିସରରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ସମର୍ଥକ ମାନଙ୍କୁ ବିଜେପି ଟୋପି ଓ ଉତ୍ତରୀୟ ପିନ୍ଧାଇ ଦଳ ରେ ଆନୁଷ୍ଠାନିକ ଭାବେ ମିଶ୍ରଣ କରିଥିଲେ ।
Read More News
T & CPrivacy PolicyContact Us