This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଏମ୍.ଏସ୍.ସି.ବି. ବିଶ୍ବବିଦ୍ୟାଳୟର ବୟେଜ ହଷ୍ଟେଲରେ ଗ୍ୟାସ ସିଲିଣ୍ଡର ଲିକ୍ ଫଳରେ ଅଗ୍ନିକାଣ୍ଡ
Baripada M, Mayurbhanj | Sep 2, 2025
ମଙ୍ଗଳବାର ଦିନ ପ୍ରାୟ ୮ଟାରେ ବାରିପଦା ତକତପୁର ସ୍ଥିତ ଏମ୍.ଏସ୍.ସି.ବି. ବିଶ୍ବବିଦ୍ୟାଳୟର (ବୟେଜ ହଷ୍ଟେଲ) ମେଘାସଣି ହଷ୍ଟେଲ -୧ରେ ଗ୍ୟାସ ସିଲିଣ୍ଡର ଲିକ୍ ଫଳରେ ଅଗ୍ନିକାଣ୍ଡ ଘଟିଛି। ରୋଷେଇ କରୁଥିବା ବେଳେ ଗ୍ୟାସସିଲିଣ୍ଡର ରୁ ଲିକ୍ ହୋଇ ନିଆଁ ଲାଗିଥିବା ନେଇ ଜଣାପଡିଛି। ତେବେ ଘଟଣା ସ୍ଥଳରେ ଅଗ୍ନଶମ ବିଭାଗ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇ ନିଆଁକୁ ଆୟତ୍ତକୁ ନେଇଛନ୍ତି । ସମ୍ପୂର୍ଣ୍ଣ ନିଆଁ ଲିଭିଯାଇଛି । ଏଥିରେ ରୋଷେଇଆ ସାମାନ୍ୟ ଆହତ ହୋଇଥିବା ବେଳେ, ହଷ୍ଟେଲ ଛାତ୍ର ସୁରକ୍ଷିତ ଥିବା ସୂଚନା ମିଳିଛି।