This browser does not support the video element.
ବଡଚଣା: ଜାରକା ସ୍ଥିତ ଆମ୍ବେଦକର ଭବନରେ ସମ୍ବିଧାନ ଦିବସ ପାଳିତ
Badachana, Jajpur | Nov 26, 2024
ଜାରକା ସ୍ଥିତ ଆମ୍ବେଦକର ଭଵନ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଧର୍ମଶାଳା ଅନୁସୂଚିତ ଜାତି ଓ ଉପଜାତି ସଂଗଠନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ମିନତୀ ସାହୁ, କାହ୍ନୁଚରଣ ଦାଶ, ସରପଞ୍ଚ ସଫଳା ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ବିଧାନର ସୁରକ୍ଷା କରିବା ପ୍ରତେକ ନାଗରିକର କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ସଂଗଠନର ସଭାପତି ନାରାୟଣ ମଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ।