This browser does not support the video element.
ଜଗତସିଂହପୁର: ସଦରମହକୁମାରେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ
Jagatsinghapur, Jagatsinghpur | Aug 31, 2025
ଜାତୀୟ କ୍ରୀଡା ଉତ୍ସଵ ଅବସରରେ ଏକ ସାଇକେଲ ଶୋଭାଯାତ୍ରା ଜଗତସିଂହପୁର ସଦରମହକୁମାରେ ଅନୁଷ୍ଠିତ । ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଏହି ସାଇକେଲ ଶୋଭାଯାତ୍ରା ଆଜି ସକାଳ ୯ ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ସ୍ଥାନୀୟ ସଦରମହକୁମା ଇଣ୍ଡୋର ଷ୍ଟାଡିୟମରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଏହା ଶୁଭାରମ୍ବ ହୋଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇଥିଲା ।