This browser does not support the video element.
ସୋର: ବାଉଁଶପାଳ ଏବଂ ସିନ୍ଧୁଆ ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ, ଗୁଡପୋଚ ନଷ୍ଟ ସହ ଦେଶୀମଦ ଜବତ, ଦୁଇ ଗିରଫ
Soro, Balasore | Aug 26, 2025
ସୋର ଅବକାରୀ ବିଭାଗ ତରଫରୁ ବାଉଁଶପାଳ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୁଡପୋଚ ନଷ୍ଟ ସହ ଦେଶୀମଦ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଅବକାରୀ ଥାନାଧିକାରୀ ସୁରଜ ଟୀଗାଙ୍କ ନେତୃତ୍ୱରେ ଏକ ଟିମ ବାଉଁଶପାଳ ଜଙ୍ଗଲରେ ବେଆଇନ ଭାବେ ଗଢି ଉଠିଥିବା ମଦରନ୍ଧା କାରଖାନା ଉପରେ ଚଢ଼ାଉ କରି ୨୭୫୦ ଲିଟର ଗୁଡ ପୋଚ ନଷ୍ଟ କରିବା ସହିତ ୨୨୦ ଲିଟର ଦେଶୀମଦ ଜବତ କରିଥିଲେ। ଚଢ଼ାଉ ସମୟରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।ଏହି ଟିମ ସିନ୍ଧୁଆ ଗ୍ରାମର କମଳାକାନ୍ତ ସିଂ ନିକଟରୁ ୬୦ ଲିଟର ଏବଂ ପୂର୍ଣ୍ଣଚନ୍ଦ୍ର ସିଂ ନିକଟରୁ ୭୦ ଲିଟର ମଦ ଜବତ କରିଥିଲେ।