This browser does not support the video element.
କବିସୂର୍ଯ୍ୟନଗର: କୋଦଳା ଜେଲ ରେ ବିଚାରାଧୀନ କଏଦୀ ଙ୍କ ମୃତ୍ୟୁ
Kabisuryanagar, Ganjam | Aug 20, 2025
କୋଦଳା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ଅବକାରୀ ବିଭାଗ ଦ୍ଵାରା ଗିରଫ ହୋଇ ଜେଲ୍ କୁ ଆସିଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । କୋଦଳା ଉପ କାରାଗାରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁସାରେ ଗତକାଲି ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ବେଗୁନିଆପଡ଼ା ଠାରେ ପେଟ୍ରୋଲିଂ ବେଳେ ଜଣେ ବୟସ୍କ ବ୍ୟକ୍ତିଙ୍କ ଠାରୁ ୪୫୦ ଗ୍ରାମ ଅଫିମ ଜବତ ସହ ତାଙ୍କୁ ଗିରଫ କରି କୋଦଳା ଉପ କାରାଗାରକୁ ପଠାଇ ଦିଆଯାଇଥିଲା। ତେବେ ବୁଧବାର ଦିନ କୋଦଳା ଉପ କାରାଗାରରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବେଗୁନିଆପଡ଼ା ଥାନା ବେଗୁନିଆପଡା ସାନ ସାହିର ଵି. ଲିଙ୍ଗରାଜ ପାତ୍ର ।