This browser does not support the video element.
ବରଗଡ: ପ୍ରବଳ ବର୍ଷାକୁ ନେଇ ଜିଲ୍ଲାକୁ ଆସନ୍ତାକାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
Bargarh, Bargarh (Baragarh) | Aug 23, 2025
ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ | ବରଗଡ଼ ଜିଲ୍ଲାକୁ ଆସନ୍ତା କାଲି ୟେଲୋ ୱାର୍ନିଙ୍ଗ ଜାରି କରାଯାଇଥିବା ନେଇ ଶନିବାର ଅପରାହ୍ନ 2 ଘଣ୍ଟା ସମୟରେ ସୂଚନା ଦେଲା ଜିଲ୍ଲା ପାଣିପାଗ ବିଭାଗ | ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସହ 30 ରୁ 40 କିମି ଘଣ୍ଟା ପ୍ରତି ବେଗରେ ପବନ ବହିବାର ସମ୍ଭାବନା ରହିଛି | ଏନେଇ ପାଣିପାଗ ବିଭାଗ ୟେଲୋ ୱାର୍ନିଙ୍ଗ ଜାରି କରିଛି | ଏହି ସମୟରେ ବିଜୁଳି ସହ ଜୋରରେ ପବନ ଓ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଚାଷୀଙ୍କୁ ଗଛ ତଳେ ନ ରହିବା ପାଇଁ ସତର୍କ କରାଯାଇଛି ।