This browser does not support the video element.
ରେଢାଖୋଲ: ତନ୍ତଗାଡ ଗ୍ରାମରେ ମା ର ତଣ୍ଟିଚିପି ହତ୍ୟା କଲା ପୁଅ
Rairakhol, Sambalpur | Sep 12, 2025
ତନ୍ତଗାଡ ଗ୍ରାମରେ ମା ର ତଣ୍ଟିଚିପି ହତ୍ୟା କଲା ପୁଅ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ତନ୍ତଗାଡ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜନ୍ମ କଲା ମା ର ତଣ୍ଟି ଚିପି ହତ୍ୟା କରିଛି ପୁଅ । ସୂଚନାଯୋଗ୍ୟ ଯେ ଗତକାଲି ଗୁରୁବାର ସକାଳେ ତନ୍ତଗାଡ ଗ୍ରାମର ମା ଇନ୍ଦୁମତି ସାହୁ ଓ ପୁଅ ଲିପୁନ ସାହୁ ଉଭୟ ମିଶି ଗ୍ରାମ ନିକଟ ନିଜ ଧାନ ଚାଷ କରିଥିବା ବାଲକୁ ଘାସ ବାଛିବା ପାଇଁ ଯାଇଥିଲେ । ହେଲେ ସେଠାରେ ମା ପୁଅ ଙ୍କ ମଧ୍ୟରେ ଘରୋଇ କଳହକୁ ନେଇ ବଚସା ହୋଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଲିପୁନ ମାଆ କୁ ଏକ ଗାମୁଛା ରେ ତଣ୍ଟିଚିପି ହତ୍ୟା କରି ବିଲରେ ପକାଇ ଦେଇଥିଲା ।