This browser does not support the video element.
ଦେବଗଡ: ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଚକ୍ଷୁ ଦାନ ପକ୍ଷ ପାଳିତ
Debagarh, Debagarh (Deogarh) | Sep 4, 2025
ଦେବଗଡ଼ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ୪୦ ତମ ଜାତୀୟ ଚକ୍ଷୁ ଦାନ ପକ୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଧନଞ୍ଜୟ ମହନ୍ତ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଦୀପକ ଜ୍ୟୋତି ମାହନ୍ତ ଯୋଗଦେଇ ଚକ୍ଷୁ ଦାନର ମହତ୍ ଉଦ୍ଦେଶ୍ୟ ଏବଂ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ ।