Download Now Banner

This browser does not support the video element.

ଧର୍ମଶାଳା: ଗଡ଼ମଧୁପୁର ପଞ୍ଚାୟତରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଶୁଭ ମନାସି ସମୂହ ଦୀପଦାନ

Dharmasala, Jajpur | Nov 22, 2024
ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ସମର୍ଥକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଧର୍ମଶାଳା ବ୍ଲକ ଗଡ଼ମଧୁପୁର ପଞ୍ଚାୟତରେ ହିମାଂଶୁଙ୍କ ପାଇଁ ଶୁଭ ମନାସୀ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ବହୁ ସମର୍ଥକ ଓ ଦଳୀୟ କର୍ମୀ ଏକାଠି ହୋଇ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ସମବେତ ହୋଇଥିଲେ। ଏହି ଅବସରରେ ବିଧାୟକ ହିମାଂଶୁ ସାହୁଙ୍କ ସ୍ୱାସ୍ଥ୍ୟ ଓ ଶତ୍ରୁ କ୍ଷୟ ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯିବା ସହ ସମୂହ ଦୀପ ଦାନ କରାଯାଇଥିଲା।
Read More News
T & CPrivacy PolicyContact Us