This browser does not support the video element.
ବରଗଡ: ବରଗଡ଼ ବିଧାୟକ ଲେଣ୍ଡା ଗ୍ରାମରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ କଲେ ଯୋଗଦାନ
Bargarh, Bargarh (Baragarh) | Aug 27, 2025
ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲେଣ୍ଡା ଗ୍ରାମର ଏଥଲେଟିକ୍ ଏସୋସିଏସନ୍ ତରଫରୁ ରନିଙ୍ଗ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବୁଧବାର ଅପରାହ୍ନ 4 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହା ସହିତ ସେଠାରେ ନବ ନିର୍ମିତ ବ୍ୟାୟାମଶାଳା ଉଦ୍ଘାଟନ କଲେ ବିଧାୟକ । ଏହି ଅବସରରେ ଗ୍ରାମ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ବିଧାୟକ ।