This browser does not support the video element.
ଢେଙ୍କାନାଳ ସଦର: ଜିରାଳ ଛକ ନିକଟରେ ବୁଲଟ ଧକ୍କାରେ ଜଣେ ମୃତ, ୫ଜଣ ଗୁରୁତର
Dhenkanal Sadar, Dhenkanal | Aug 30, 2025
ଢେଙ୍କାନାଳ ଜିଲ୍ଲା ଜିରାଳ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ବୁଲଟ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି lସୂଚନା ମୁତାବକ ମଠ ଖୋକସା ଓ ଖୁରୁସିଆ ଗ୍ରାମର ୪ ଜଣ ପୁଅ ଝିଅ ସନ୍ଧ୍ୟାରେ ଜିରାକକୁ ମିନା ବଜାର ବୁଲିବାକୁ ଆସିଥିଲେ । ସେମାନେ ବୁଲିସାରି ନିକଟ ଗ୍ୟାରେଜଠାରେ ଠିଆହୋଇ କଥା ହେଉଥିବା ବେଳେ ଏକ ବୁଲେଟରେ ୩ଜଣ ଯୁବକ ଦୃତ ଗତିରେ ଆସି ଦୁର୍ଘଟଣା ଘଟାଇବାରୁ ସମସ୍ତେ ଗୁରୁତର ହୋଇଥିଲେ । ସେମାନକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ଚିକିତ୍ସାଳୟ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାତି ୮ଟାରେ ଭର୍ତ୍ତି କରିଥିଲେ ।