This browser does not support the video element.
ବୀରମହାରାଜପୁର: ହିଙ୍ଗମା ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ପାଇଁ ପ୍ରସ୍ତୁତି ବୈଠକ
Biramaharajpur, Subarnapur (Sonepur) | Aug 28, 2025
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ହିଙ୍ଗମା ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଗ୍ରାମରେ ଆଜି ଅପରାହ୍ନ 4ଟା 30ମିନିଟ ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ତପନ ଚରଣ ଭୋଇ ସଭାପତିତ୍ବରେ ଆୟୋଜିତ ବୈଠକରେ ବହୁ ସଦସ୍ୟ ଯୋଗଦେଇଥିଲେ l ବୈଠକରେ ମହାପ୍ରଭୁଙ୍କ ନବକଳେବର ପାଇଁ ଦାରୁ ଚିହ୍ନଟ ତଥା ଦାରୁ ସଂଗ୍ରହ ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା l ଶେଷରେ ସଞ୍ଜୀବ ଭୋଇ ଧନ୍ୟବାଦ୍ ଦେଇଥିଲେ l