This browser does not support the video element.
ଭଞ୍ଜନଗର: ଭଞ୍ଜନଗରରେ ସକ୍ରିୟ ଜମି ମାଫିଆ। ବସ୍ତି ବାସିନ୍ଦାକୁ ଜାଗା ଛାଡିବାକୁ ଦେଉଛନ୍ତି ଧମକ #jansamasya
Bhanjanagar, Ganjam | May 24, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତ ବିଛୁଆତି ତୈଲା ବସ୍ତି । ଏହି ବସ୍ତିରେ ଚାଳିସି ବର୍ଷ ଧରି ୩୫ ଟି ହରିଜନ ପରିବାର ବସବାସ କରି ଆସୁଛନ୍ତି।ଏହି ହରିଜନ ପରିବାର ପୂର୍ବରୁ ଭୂମିହୀନ ଥିବାରୁ ସରକାରି ଜମି ଦେଇ ଥଇଥାନ କରିଥିଲେ ସରକାର। ରାସ୍ତା,ପାନୀୟ ଜଳ,ବିଜୁଳି,ଆବାସ ଭଳି ଯୋଜନା ରେ ସାମିଲ ହୋଇଛି ଏହି ବସ୍ତି। ଏବେ କିଛି ଦିନ ହେଲା ଜମି ଦଲାଲ ମାନେ ଜୋରଜବରଦସ୍ତ ବସ୍ତି ଛାଡ଼ି ଚାଲିଯିବା ପାଇଁ କହୁଛନ୍ତି। ଜାଗା ଖାଲି ନକଲେ ଜୀବନ ରୁ ମାରିଦେବା ପାଇଁ ହତ୍ୟା ଧମକ ଦେଉଛନ୍ତି