This browser does not support the video element.
ହିନ୍ଦୋଳ: ନୂଆକୋଟ ଗ୍ରାମ ନିକଟରେ ହାତୀର ଗଳିତ ମୃତଦେହ ଉଦ୍ଧାର
Hindol, Dhenkanal | Aug 30, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଆଜି ପୁଣି ଏକ ବଡ଼ ହାତୀର ମୃତ୍ୟୁ ସାମ୍ନାକୁ ଆସିଛି।ହାତିଟି ଗତ କିଛିଦିନ ପୂର୍ବରୁ ମରିଥିବା ବେଳେ ଆଜି ତାର ଗଳିତ ମୃତଦେହ ମିଳିଛି। ହିନ୍ଦୋଳ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ଠାରୁ ମାତ୍ର କିଛି ଦୂରରେ ହାତୀର ମୃତ୍ୟୁ ନନ୍ଦିନୀଆ ସରକ୍ଷିତ ଜଙ୍ଗଲର ନୂଆକୋଟ ଗାଁ ନିକଟରେ ହୋଇଛି। ବନ ବିଭାଗ ପାଖରେ ଖବର ନଥିବା ସମସ୍ତଙ୍କୁ ଚକିତ କରିଛି. କର୍ମାଗତ ଭାବେ ହାତୀ ମଣିଷ ଲଢେଇ ଏଠାରେ ଦେଖିବାକୁ ମିଳୁଥିବା ବେଳେ ବନ ବିଭାଗର ପାରିବାପଣିଆ ପଦାରେ ପଡି ଦାଣ୍ଡରେ ଗଡୁଛି। ଚଳିତ ମାସରେ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ହାତୀର ମୃତ୍ୟୁ ହୋଇଛି