This browser does not support the video element.
ବିରିଡି: ନୂଆଗାଁ ଗ୍ରାମରେ ଅଭାବନୀୟ ଘଟଣା; ପୋଖରୀରେ ବୁଡି ଚାଲିଗଲା ଅଜା ଓ ନାତିର ଜୀବନ
Biridi, Jagatsinghpur | Mar 27, 2024
ବୁଧବାର ଅପରାହ୍ନରେ ନୂଆଗାଁ ଗ୍ରାମ ପୋଖରୀରେ ବୁଡି ଅଜା ଶରତ ଭୋଇ ଓ ନାତି ସୂର୍ଯ୍ୟ ପ୍ରକାଶ ଭୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି l ଉଭୟ ଅଜା ଓ ନାତି ଗାଧୋଇବା ବେଳେ ପ୍ରଥମେ ନାତି ସୂର୍ଯ୍ୟଙ୍କ ଗୋଡ ଖସିଯିବାରୁ ସେ ବୁଡି ଯାଉଥିଲେl ତେବେ ତାଙ୍କୁ ବଞ୍ଚାଇବାକୁ ଯାଇ ଅଜା ଶରତ ମଧ୍ଯ ବୁଡି ଯାଇଥିଲେl ତେବେ ଗାଁ ଲୋକେ ଉଭୟଙ୍କୁ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l