This browser does not support the video element.
ପଦ୍ମପୁର: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ପାଇକମାଲ ଗସ୍ତ
Padmapur, Bargarh (Baragarh) | Aug 26, 2025
ଆଜି ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟ ପାଖା ପାଖି ରେ ପଦ୍ମପୁର ଉପଖଣ୍ଡ ପାଇକମାଲ ଗସ୍ତ ରେ ଆସିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ଙ୍କୁ ଫୁଳ ତୋଡା ଦେଇ ସ୍ୱାଗତ କରାଯାଇଥିଲା। ମନ୍ତ୍ରୀ ପଶ୍ଚିମ ଓଡିଶା ପ୍ରସିଦ୍ଧ ନୃସିଂହନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଓଡିଶା ବାସୀଙ୍କ ମଙ୍ଗଳ କାମନା କରିଥିଲେ। ମନ୍ତ୍ରୀ ଙ୍କ ଗସ୍ତ ସମୟରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମପୁର ବିଜେପି ପୂର୍ବତନ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ, ନୃସିଂହନାଥ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ବିଡିଓ ଓ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ