This browser does not support the video element.
ଗୋପାଳପୁର: ରଘୁନାଥପୁର ଛକରେ ଅଟୋ ସହ ସାଇକେଲ୍ ଧକ୍କା, ୨ ମହିଳାଙ୍କ ସମେତ ୩ ଆହତ
Gopalpur, Ganjam | Sep 3, 2025
ଗଞ୍ଜାମ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ରଘୁନାଥପୁର ଛକରେ ଏକ ଅଟୋ ସହ ସାଇକେଲ୍ ଧକ୍କାରେ ୩ ଜଣ ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରେ ୨ ମହିଳା ଅଛନ୍ତି। ସୂଚନା ଅନୁସାରେ ରମ୍ଭା ଠାରୁ ବ୍ରହ୍ମପୁର ଅଭିମୁଖେ ଏକ ଅଟୋ ଯୋଗେ ଯାଉଥିବା ବେଳେ ରଘୁନାଥପୁର ଛକରେ ଏକ ସାଇକେଲ୍ ଅଟୋ ସାମ୍ନାକୁ ହଠାତ୍ ଆସି ଯାଇଥିଲା। ଫଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ବୁଧବାର ଅପରାହ୍ନରେ ଜାତୀୟ ରାଜପଥ ପେଟ୍ରୋଲିଂ ଟିମ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛନ୍ତି।