This browser does not support the video element.
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିରରେ ମଙ୍ଗଳବାର କୁମାର ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ।
Puri M, Puri | Oct 5, 2025
ଶ୍ରୀମନ୍ଦିରରେ ମଙ୍ଗଳବାର କୁମାର ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରର ବାର୍ଷିକ ପର୍ବ ପର୍ବାଣୀ କ୍ୟାଲେଣ୍ଡର ରେ ଏହା ଉଲ୍ଲେଖ ରହିଛି। କିନ୍ତୁ କେତେକ ପାଞ୍ଜିରେ ସୋମବାର କୁମାର ପୂର୍ଣ୍ଣିମା ପର୍ବ ପାଳନ ନେଇ ଉଲ୍ଲେଖ ଥିବାରୁ ଏହାକୁ ନେଇ ସାଧାରଣରେ ଦ୍ବନ୍ଦ ସୃଷ୍ଟି ହୋଇଛି। କୁମାରୀ ଝିଅ ମାନେ ସୋମବାର କି ମଙ୍ଗଳବାର କୁମାର ପୂର୍ଣ୍ଣିମା ପାଳନ କରିବେ ତାକୁ ନେଇ ଏବେ ନାନା ବିଭ୍ରାନ୍ତି ସୃଷ୍ଟି ହୋଇଛି। ତେବେ ଏହି ସୃଷ୍ଟି ହୋଇଥିବା ଏହି ବିଭ୍ରାନ୍ତି କୁ ଦୂର କରିଛନ୍ତି ପଞ୍ଜିକାର।