Download Now Banner

This browser does not support the video element.

ଖଲ୍ଲିକୋଟ୍: ବ୍ରଜରାଜପୁର ଗ୍ରାମ ନିକଟରେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ଘଟଣା; ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ସହାୟତା ପ୍ରଦାନ

Khalikote, Ganjam | Sep 28, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ଭରସା ନୂଆଁପଲ୍ଲୀ ଗ୍ରାମର ଚନ୍ଦ୍ରମା ଗୌଡ ଗତ ୨୧ ତାରିଖ ଦିନ ବ୍ରଜରାଜପୁର ଗ୍ରାମ ନିକଟରେ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରାଘାତରେ ଚନ୍ଦ୍ରମା ଙ୍କ ମୃତ୍ୟୁ ହୋଇଥିଲା। ତେବେ ଆଜି ସନ୍ଧ୍ୟା ୫ ଟା ସମୟରେ ଖଲ୍ଲିକୋଟ ତହସିଲଦାର ଡି ମାଲେଶ୍ୱର୍ ପାତ୍ର, ଅତିରିକ୍ତ ତହସିଲଦାର ଅଜୟ କୁମାର ସ୍ବାଇଁ, ତହସିଲ ସୁପରଭାଇଜର ତ୍ରିଲୋଚନ ବିଶ୍ଵାଳ ଗ୍ରାମରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ମୃତକଙ୍କ ପରିବାର ଲୋକଙ୍କୁ ଜିଲ୍ଲା ରେଡ କ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।
Read More News
T & CPrivacy PolicyContact Us