This browser does not support the video element.
ପୋଡିଆ: ପଡିଆ ବ୍ଲକ ଅନ୍ତର୍ଗତ ରୋଡନପଲ୍ଲୀ ଗ୍ରାମରେ ସାପ କାମୁଡ଼ାରେ ୬ ବର୍ଷର କୁନି ଝିଅ ହରାଇଲେ ପ୍ରାଣ
Podia, Malkangiri | Sep 2, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ରୋଡନପଲ୍ଲୀ ଗ୍ରାମରେ ଜଣେ ୬ ବର୍ଷର କୁନି ଝିଅ ପ୍ରାଣ ହରାଇଥିବା ଜଣାପଡିଛି। ସୁଚନା ଅନୁଯାୟୀ ସୋମବାର ରାତିରେ ରୋଡନପଲ୍ଲୀ ଗ୍ରାମର ବୀରା ସୋଡ଼ୀଙ୍କ ପରିବାର ଲୋକ ଖାଇସାରି ନିଜ ଘର ଚଟାଣରେ ଶୋଇଥିଲେ। ତେବେ ମଙ୍ଗଳବାର ଭୋର ପ୍ରାୟ ୪ ଟା ବେଳେ ଘରର କବାଟ ସନ୍ଧିରୁ ଏକ ବିଷଧର ସାପ ବିରାର ୬ ବର୍ଷର କୁନି ଝିଅକୁ କାମୁଡି ଦେଇଥିଲା । ତେବେ ପରିବାର ଲୋକ କୁନି ଝିଅକୁ ସାପ କାମୁଡିବା ଜାଣିପାରି ମେଡିକାଲକୁ ସ୍ଥାନାନ୍ତର କରିବା ପୂର୍ବରୁ ଘଟଣା ସ୍ଥଳରେ ହିଁ କୁନି ଝିଅଟି ପ୍ରାଣ ହରାଇଥିଲା।