Download Now Banner

This browser does not support the video element.

ସତ୍ୟବାଦୀ: କଣାସ ଥାନା କେଶରପୁର ଗ୍ରାମରେ ଗ୍ରୋସରି ଦୋକାନୀଙ୍କୁ ଆକ୍ରମଣ ସହ ଚୋରି ମାମଲା, ଅଭିଯୁକ୍ତକୁ ଗିରଫ ସହ କରାଗଲା କୋର୍ଟଚାଲାଣ

Satyabadi, Puri | Aug 23, 2025
ଗତକାଲି ରାତି ୧୨ଟାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ଥାନା କେଶର ପୁର ଗ୍ରାମର କେଦାର ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ଦୋକାନରୁ ଚୋରି କରି କେଦାରଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ କେଦାରଙ୍କ ମୁଣ୍ଡ ଫାଟି ଯାଇଥିଲା। କେଦାର ପାଟି କରିବାରୁ ପଡିଶା ଲୋକ ଆସି ଅଭିଯୁକ୍ତକୁ କାବୁ କରି କଣାସ ପୋଲିସ ଜୀମା ଦେଇଥିଲେ। ଏନେଇ କେଦାରଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ଗଡିଶା ଗୋଦା ଥାନା ଅନ୍ତର୍ଗତ ଚେମେଣ୍ଟା ଗ୍ରାମର କରୁଣାକର ନାଥକୁ ଆଜି ମଧ୍ୟାହ୍ନ ୧୨ଟାରେ କୋର୍ଟ ଚାଲାଣ କରାଯାଇଛି।
Read More News
T & CPrivacy PolicyContact Us