This browser does not support the video element.
ସୋର: ବାଗୁଡ଼ି ନବୋଦୟ ବିଦ୍ୟାଳୟରେ ବିଜ୍ଞାନ ପାଇଁ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ
Soro, Balasore | Sep 2, 2025
ସୋର ବ୍ଲକ ବାଗୁଡ଼ି ଜବାହର ନବୋଦୟ ବିଦ୍ୟାଳୟରେ ଓଡିଶା ବିଜ୍ଞାନ ଚେତନା ମଞ୍ଚ ଏବଂ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂଗଠନ ପକ୍ଷରୁ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବୋଦୟ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପଠାଣି ସାମନ୍ତ ପ୍ଲାନେଟୋରିୟମର ପ୍ରାକ୍ତନ ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ,ମୁଖ୍ୟବକ୍ତା ଭାବେ ରେଭେନଶା ବିଶ୍ୱବିଦ୍ୟାଳୟର କେମେଷ୍ଟ୍ରି ବିଭାଗର ପ୍ରଫେସର ସିଦ୍ଧାର୍ଥ ଭାରଦ୍ୱାଜ,ସମ୍ମାନିତ ଅତିଥିଭାବେ ବାଗୁଡ଼ି ନବୋଦୟ ବିଦ୍ୟାଳୟର ଅଧକ୍ଷା ସୁଷମା ପଣ୍ଡା ଯୋଗଦେଇଥିଲେ।